ଚୀନରେ ନିମୋନିଆ ଭାଇରସ ଆତଙ୍କ, ସଜାଗ ହେଲା ଭାରତ

ନୂଆଦିଲ୍ଲୀ,୨୯/୧୧: ଚୀନରେ ପିଲା ଓ ଅଧିକାଂଶ ଯୁବପୀଢିଙ୍କୁ   ଶିକାର କରୁଛି ଏକ ରହସ୍ୟମୟ ଜ୍ୱର ଓ ନିମୋନିଆ । ଚୀନରେ ମାଡିଚାଲିଛି ଏହି ଅଜଣା ରୋଗ । ଏନେଇ ସଜାଗ ହୋଇଛନ୍ତି ଚୀନ ସରକାର । ଏଥି ପାଇଁ ଭାରତ ମଧ୍ୟ ଆଲର୍ଟ ରହିଛି। ୬ଟି ରାଜ୍ୟକୁ ସର୍ତକ ରହିବାକୁ ସରକାର ନିର୍ଦ୍ଦେଶ ଦେବା ସହ ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ଉତରାଖଣ୍ଡ, ହରିୟାଣା ଓ ତାମିଲନାଡୁ ସର୍ତକ କରାଇଛନ୍ତି କେନ୍ଦ୍ର ସରକାର । ରାଜ୍ୟରେ ଜନିତ ସମସ୍ୟା ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଡାକ୍ତରଖାନା ଓ ସ୍ୱ।ସ୍ଥ୍ୟସେବା କର୍ମଚାରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି ।