ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କୁ ଭେଟିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୯/୧୧: ଟନେଲରୁ ଉଦ୍ଧାର ୪୧ ଶ୍ରମିକଙ୍କ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା । ଏହାରିମଧ୍ୟରେ ହସ୍ପିଟାଲରେ ଶ୍ରମିକଙ୍କୁ ଭେଟିଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଭେଟିବା ସମୟରେ ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ । ଏହା ସହ ଶ୍ରମିକଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି  । ଗତକାଲି ସନ୍ଧ୍ୟାରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଜଣକ ପରେ ଜଣେ ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ । ଏସଡିଆରଏଫ, ଏନଡିଆରଫ, ବିଆରଓ, ଆଇଟିବିପି, ବାୟୁସେନାଠୁ ଆରମ୍ଭ କରି ପୁଲିସ ପ୍ରଶାସନ ଉଦ୍ଧାର କାମରେ ଦିନ ରାତି ଏକ କରିଥିଲେ।