ବଡ଼ ଖବର: ୧୭ ଦିନର ଅନ୍ଧାର ପରେ ଦେଖିଲେ ଆଲୋକ, ଟନେଲରୁ ବାହାରିଲେ ଶ୍ରମିକ

ନୂଆଦିଲ୍ଲୀ,୨୮/୧୧: ବଡ଼ ଖବର । ଉତ୍ତରକାଶୀ ଟନେଲ ଟ୍ରାଜେଡିର ଘଟିଲା ଅନ୍ତ। ୧୭ ଦିନର ଅନ୍ଧକାର ପରେ ଦିଶିଲା ଆଲୋକ। ଟନେଲ ରୁ ବାହାରିଲେ ଶ୍ରମିକ। ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୭ ଦିନ ହେବ ଉଦ୍ଧାରକାରୀ ଦଳ ଦିନ ରାତି ଏକ କରିଦେଇ ଥିଲେ। ବାରମ୍ବାର ବିଫଳ ପରେ ବି ନିରାଶ  ହୋଇ ନଥିଲେ ଉଦ୍ଧାରକାରୀ ଦଳ । ଶେଷରେ ଆଜି ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ତେବେ ଆଜି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।