ଆଉ ମାତ୍ର ବାକି ରହିଛି ୫ରୁ ୬ମିଟର, ଶ୍ରମିକ ଶୀଘ୍ର ଉଦ୍ଧାର ନେଇ ଆଶା

ନୂଆଦିଲ୍ଲୀ,୨୮/୧୧: ଉତ୍ତରକାଶୀର ନିର୍ମାଣଧୀନ ସୁଡ଼ଙ୍ଗରେ ଫସିରିହିଥିବା ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ହେବା ନେଇ ଆଶା ରହିଛି । ଶ୍ରମିକଙ୍କ ପାଖରେ ପହଞ୍ଚିିବା ପାଇଁ ଆଉ ମାତ୍ର ୫ରୁ ୬ମିଟର ବାକି ଥିବା ସୂଚନା ମିଳିଛି । ଡ୍ରିଲିଂକୁ ଜୋରଦାର କରାଯାଇଛି । ୫୭ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଗଲେ ଶ୍ରମିକଙ୍କ ପାଖରେ ପହଞ୍ଚି ହେବ । ଗତକାଲି ରାତିରୁ ସୁରୁଖୁରୁରେ ଡ୍ରିଲିଂ କାମ ଚାଲିଥିବା ଟନେଲ ବିଶେଷଜ୍ଞ କ୍ରିସ କୁପର ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟର ସମୀକ୍ଷା କରି ସମାନ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ମାନୁଆଲ ଡ୍ରିଲିଂରେ ସ୍ୱତନ୍ତ୍ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ସେହିପରି ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ମଧ୍ୟ ଚାଲିଛି । ୪୩ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି । ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖଠାରୁ ୧୭ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିଛନ୍ତି ୪୧ଜଣ ଶ୍ରମିକ । ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି ।