ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି

ଭୁବନେଶ୍ୱର,୨୮/୧୧: ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଏକ ଘରୋଇ ବସରେ  କଟକ ଆସୁଥିବାବେଳେ ସୁଶାନ୍ତଙ୍କୁ ମାଡିବସିଛି ଭିଜିଲାନ୍ସ ଟିମ୍ । ବସରୁ ୨ ଲକ୍ଷ ୭୦ ହଜାର ଟଙ୍କା ବି ଜବତ ହୋଇଛି । ସେହିଭଳି ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଓ ଘରୁ ଚଢାଉ ବେଳେ  ମୋଟ ସାଢେ ୭ ଲକ୍ଷ ଟଙ୍କାକୁ ଜବତ କରି ସିଜ କରିଛି ଭିଜିଲାନ୍ସ ଟିମ୍ ।ତେବେ ଏତେ ଟଙ୍କା ବୈପାରୀଗୁଡା ଥାନା ଆଇଆଇସି କୁଆଡେ ନେଉଥିଲେ ଓ କାହିଁକି ନେଉଥିଲେ ତାହା ସନ୍ଦେହ ଘେରକୁ ଆସିଛି । ଏ ନେଇ ଥାନା ଅଧିକାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ । ବୈପାରୀଗୁଡା ଥାନାରେ ସେ ୫ ମାସ ହେଲା ଆଇଆଇସି ଭାବେ ଯୋଗଦେଇଥିଲେ ।