ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ନୂଆଦିଲ୍ଲୀ,୨୭/୧୧: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତରେ ଆଜି ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। । ପଞ୍ଚୁୁକ ତଥା ପୂର୍ଣ୍ଣମୀ ପାଇଁ ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ଭିତରେ କେବଳ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବେଳାଭୂମିରେ ପୁଲିସ ଓ ଲାଇଫଗାର୍ଡ ରହିବେ । ମାର୍କେଟଛକଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେଇକଲ୍ ଜୋନ୍ ଘୋଷଣା କରାଯାଇଛି ।