ଟନେଲରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା

ନୂଆଦିଲ୍ଲୀ,୨୬/୧୧: ଟନେଲରେ ଏବେ ବି ଫସିରହିଛନ୍ତି ଶ୍ରମିକ। ଅନ୍ୟପଟେ ତାଙ୍କ ପରିବାର ଅସ୍ତବ୍ୟସ୍ତ ହୋଇପଡିଲେଣି। ତେଣୁ ଫସିଥିବା ଶ୍ରମିକଙ୍କୁ ମିଳିଲା ଲ୍ୟାଣ୍ଡଫୋନ୍ ବ୍ୟବସ୍ଥା । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟନେଲରେ ଫସିଥିବା ଶ୍ରମିକମାନେ ଯେପରି ନିଜ ପରିବାର ସହ କଥାବାର୍ତା ହୋଇପାରିବେ ସେଥିପାଇଁ ବିଏସଏନଏଲ ଏହି ସୁବିଧା ଯୋଗାଇ ଦେଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍ ଏକ୍ସଚେଂଜ ମଧ୍ୟ ସ୍ଥାପନ କରାଯାଇଛି ।ଭୂସ୍ଖଳନ ପରେ ୧୫ଦିନ ହେଲା ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି ୪୧ଜଣ ଶ୍ରମିକ । ତେବେ ପରିବାର ଲୋକଙ୍କ ସହ କଥାବାର୍ତା କରି ତାଙ୍କର ମନୋବଳ ବଢାଇବା ପାଇଁ ଏହି ସୁବିଧା କରାଯାଇଛି ।