ବଲାଙ୍ଗିର ଓ ବରଗଡ ଗସ୍ତରେ ୫ଟି ସଚିବ

ଭୁବନେଶ୍ୱର, ୩/୨:  ବଲାଙ୍ଗିର ଓ ବରଗଡ ଜିଲ୍ଲା ଗସ୍ତରେ ଯାଇଥିଲେ 5T ସଚିବ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନୃସିଂହନାଥ ଓ ହରିଶଙ୍କର ମନ୍ଦିର ବିକାଶ କାମର ସେ ସମୀକ୍ଷା କରିଛନ୍ତି । ମନ୍ଦିରର ଉନ୍ନତିକରଣ ଓ ପର୍ଯ୍ୟଟନ ବିକାଶ ପାଇଁ 5T ସଚିବଙ୍କ ଅନୁଧ୍ୟାନ କରିଛନ୍ତି। 5T ସଚିବଙ୍କ ସହ  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳସମ୍ପଦ ସଚିବ ଅନୁ ଗର୍ଗ ଓ ଭିନିଲ କ୍ରିଷ୍ଣାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଏହି ଗସ୍ତରେ ସାମିଲ ଥିଲେ।