ଆଉ କିଛି ମିଟରର ବାକି, ଉଦ୍ଧାର ହେବେ ଟନେଲରେ ଫସି ରହିଥିବା ଶ୍ରମିକ

ନୂଆଦିଲ୍ଲୀ,୨୪/୧୧: ଏବେ ବି ଫସି ରହିଛନ୍ତି ଶ୍ରମିକ । ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର କିଛି ମିଟର ବାକି ରହିଛି । ଆଜି ଉଦ୍ଧାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି । ମେସିନ ଖରାପ ଯୋଗୁ ଗତକାଲି ରାତିରୁ ବନ୍ଦ ରହିଥିଲା କାମ । ଦୁଇ ଦିନ ତଳେ ଉଦ୍ଧାର ହୋଇଯିବେ ୪୧ ଶ୍ରମିକ, ଏଭଳି ବିଶ୍ୱାସ ରହିଥିଲା । କିନ୍ତୁ ଏବେ ବିଭିନ୍ନ କାରଣ ଯୋଗୁଁ ଉଦ୍ଧାର ହୋଇନାହାନ୍ତି ଉତ୍ତରାକାଶୀ ଟନେଲରେ ଫସି ରହିଥିବା ଶ୍ରମିକ । ଏନଡିଆରଏଫ, ଏସଡିଆରଏଫ୍, ଆଇଟିବିପି ଠାରୁ ଆରମ୍ଭ କରି ସମସ୍ତ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତି । ପର୍ଯ୍ୟାୟକ୍ରମେ ଖାଦ୍ୟ-ପାନୀୟ ଯୋଗାଇ ଦିଆଯାଉଛି । ଆଉ ଉଦ୍ଧାରକାରୀ ଦଳ ମଧ୍ୟ ଲଗାତର ସେମାନଙ୍କର ଯୋଗାଯୋଗରେ ରହିଛନ୍ତି ।