ସର୍ଟସ୍, ରିଲ୍ସ କରିବେ ବିଜେଡି ବିଧାୟକ

ଭୁବନେଶ୍ୱର,୨୩/୧୧: ରାଜ୍ୟରେ ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ସରକାର । ଏହି ସମୟରେ ଛାତ୍ର ଛାତ୍ରୀଙ୍କ ସହ ମିଶି ବିଜେଡି ବିଧାୟକ ମାନେ ୟୁଟ୍ୟୁବ୍ ସର୍ଟସ୍, ଇନଷ୍ଟାରେ ରିଲ୍ସ କରିବେ । ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି ।ନୂଆ ଓଡିଶା ଯୋଜନା ଜରିଆରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଲେଜରେ ଥିବା ୧୩ରୁ ୩୫ ବର୍ଷର ଯୁବକ ଯୁୁବତୀଙ୍କୁ ସାମିଲ କରାଯିବ । ଏପରି ହେବା ଦ୍ୱାରା ପିଲାଙ୍କର ବୈଦ୍ଧିକ ବିକାଶ ହେବ ବୋଲି ରାଜ୍ୟ ସରକାର ବିଶ୍ୱାସ ରଖିଛନ୍ତି । ଯେଉଁ କଲେଜରେ ୧୦୦ରୁ ଛାତ୍ରଛାତ୍ରୀ ଥିବେ ଏହି କାର୍ଯ୍ୟକ୍ରମ ହେବ । ନଭେମ୍ବର ୬ରୁ ଏହି କାମ ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବ୍ଲକ ସ୍ତରରେ ଚାଲିବ ।