ଡାକ୍ତର ରମାକାନ୍ତ ପଣ୍ଡାଙ୍କ କଫିଟେବଲ ପୁସ୍ତକ ହାର୍ଟବିଟକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨/୧୧: ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ କଫିଟେବଲ ପୁସ୍ତକ ‘ହାର୍ଟବିଟ୍’କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ତାଙ୍କର ଫଟୋ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହ ଏହାର ଖୁବ୍ ପ୍ରଶଂସା କରିଛନ୍ତି ।ସୂଚନାଯୋଗ୍ୟ ଯେ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଡାକ୍ତର ରମାକାଣ୍ଡ ପଣ୍ଡାଙ୍କ ଏହି ପ୍ରଦର୍ଶନୀଟି ପ୍ରକୃତରେ ଦର୍ଶନୀୟ । ଆଫ୍ରିକା ଓ ଭାରତୀୟ ବନ୍ୟଜନ୍ତୁଙ୍କ ଫଟୋକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି ।