କାର୍ତ୍ତିକ ମାସର ପୁଣ୍ୟ ପର୍ବ ପଞ୍ଚୁକ, ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର

ଭୁବନେଶ୍ୱର,୨୩/୧୧: ଆଜିଠୁ କାର୍ତ୍ତିକ ମାସର ପଞ୍ଚୁକ ଆରମ୍ଭ । ୫ ଦିନିଆ ପର୍ବ ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର । ଦର୍ଶନରେ ଯେମିତି କୌଣସି ବିଶୃଙ୍ଖଳା ନହୁଏ ସେନେଇ ପଦକ୍ଷେପ ନିଆଯାଇଛି । ଦର୍ଶନ ପାଇଁ ଚାରିଧାଡିଆ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା ମଧ୍ୟ ରହିଛି । ପଞ୍ଚୁକରେ ଅଧିକ ଭକ୍ତଙ୍କ ଭିଡ ହେବା ପୂର୍ବରୁ, ସିଂହଦ୍ୱାରରୁ ଶ୍ରୀନଅର ପର୍ଯ୍ୟନ୍ତ ଥିବା ବ୍ୟାରିକେଡକୁ, ଟାଉନ ଥାନା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ତେବେ ଚାରି ଥାକିଆ ବ୍ୟାରିକେଡରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।