ଭୁବନେଶ୍ୱରରେ ଭିକ ମାଗିବା ଉପରେ କଟକଣା

ଭୁବନେଶ୍ୱର,୨୨/୧୧:ରାଜଧାନୀ ଭୁବନେଶ୍ୱରରେ ଭିକ ମାଗିବା ଉପରେ କଟକଣା ଲାଗୁ କରାଯାଇଛି। ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିନିଷ ବିକ୍ରି କରିବା ବାହାନାରେ ଯଦି କେହି ଭିକ ମାଗେ ତେବେ ବିଏମସି ତରଫରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଭିକ ମଗା ଉପରେ ଏକ ଟିମ୍ ଗଠନ କରି ନଜର ରଖିଛି ବିଏମସି ।ତେବେ ଟ୍ରାଫିକ ସିଗନାଲ ନିକଟରେ ବେଲୁନ ହେଉ କି କଲମ କିମ୍ବା ବିଭିନ୍ନ ଜିନିଷ ବିକ୍ରି କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳେ । ଆଉ ବିକ୍ରିର ବାହାନା କରି ଅନେକ ଭିକ୍ଷା ମାଗୁଥିବା ଅଭିଯୋଗ ହୁଏ । ଯାହାକୁ ଅନେକ ଲୋକ ନାପସନ୍ଦ କରନ୍ତି । ତେବେ ଲୋକଙ୍କ ଫିଡବ୍ୟାକ୍ ଆଧାରରେ ବିଏମସି ଏହି ପଦକ୍ଷେପ ନେଇଛି ।