ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ

ଭୁବନେଶ୍ୱର,୨୨/୧୧: ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଏଏସଆଇକୁ ଧରିଛି ଭିଜିଲାନ୍ସ ।ସୂଚନା ମୁତାବକ, ଗଞ୍ଜେଇ ମାମଲାରେ ଏକ ଗାଡ଼ି ଜବତ କରିଥିଲା ବାଉଁଶୁଣି ଥାନା । ତେବେ ଗାଡ଼ିକୁ ରିଲିଜ କରିବା ପାଇଁ କୋର୍ଟ ଅର୍ଡର ଆଣିବା ସତ୍ୱେ ଥାନା ଏସଆଇ ବିକ୍ରମ ଦେହୁରୀ ୧୫ହଜାର ଟଙ୍କା ଲାଂଚ ମାଗିଥିଲେ । ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଗାଡ଼ି ମାଲିକ । ତେବେ ଅନଲାଇନରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ଟିମ୍ ଏସଆଇଙ୍କୁ ମାଡ଼ି ବସିଥିଲା । ପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ନିଜ ବାସଭବନର ଚଢ଼ାଉ କରିଛି ଭିଜିଲାନ୍ସ ।