ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୧୧: ସହରାଂଚଳ ଆବାସ ଯୋଜନା ଅନ୍ତର୍ଭୁକ୍ତ ସୁଲଭ ବାସଗୃହ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିପି ମୋଡରେ ଭୁବନେଶ୍ୱରରେ ୬ଟି ପ୍ରକଳ୍ପ ହାତକୁ ନେଇଛି ବିଡିଏ । ପ୍ରଥମ ପର୍ଯ୍ୟାୟରେ ୧୭୨୨ ଲୋକଙ୍କୁ  ଘର ମିିଳିବ। ସତ୍ୟନଗର, ଚନ୍ଦ୍ରଶେଖରପୁର, ସୁବୁଦ୍ଧିପୁରରେ ବସ୍ତିବାସିନ୍ଦାଙ୍କ ପାଇଁ ଆପାର୍ଟମେଣ୍ଟ ଦିଆଯାଉଛି ୩୨୦ ବର୍ଗଫୁଟର ଫ୍ଲାଟ୍ । ହିତାଧିକାରୀଙ୍କୁ ଦେବାକୁ ପଡୁଛି ଦେଢ଼ ଲକ୍ଷ ଟଙ୍କା। ଆପାର୍ଟମେଣ୍ଟରେ ରହିଛି ବଜାର, କମ୍ୟୁନିଟି ସେଂଟର, ପାର୍କ ସୁବିଧା, ପାଣି, ସ୍ୱେରେଜ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ମଧ୍ୟ ରହିଛି