ଏରୋ ଇଣ୍ଡିଆ ସୋ ଉଦଘାଟିତ

ନୂଆଦିଲ୍ଲୀ, ୩/୨: ବେଙ୍ଗଳୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଏରୋ ଇଣ୍ଡିଆ ସୋ ଉଦଘାଟିତ ହୋଇଛି। ଏରୋ ଇଣ୍ଡିଆ ସୋ’କୁ ଉଦ୍‌ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏରୋ ଇଣ୍ଡିଆ ସୋ’ରେ ତେଜସ୍‌ ଓ ରାଫେଲର ଶକ୍ତି ପ୍ରଦର୍ଶନ ମଧ୍ୟ ହୋଇଛି।