କାର ଓ ଟ୍ରକ ମୁହାଁମୁହିଁ ଧକ୍କା , ୬ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ,୧୯/୧୧: ରାଜସ୍ଥାନ ଚୁରୁ ଜିଲ୍ଲା ସୁଜାନଗଡ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି ।  ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଂଚି କାର ଭିତରୁ ଶବଗୁଡିକୁ ବାହାର କରିଛି । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ପୂରା ମାମଲାର ଯାଂଚ ଆରମ୍ଭ କରିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମୀମାନେ ନାଗୋରରୁ ଝୁନଝୁନକୁ ନିର୍ବାଚନ ଡ୍ୟୁଟିରେ ଯାଉଥିଲେ ।