ମିସ୍‌ ୟୁନିଭର୍ସ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ

ନୂଆଦିଲ୍ଲୀ,୧୯/୧୧: ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି। ଆଜି କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ହୋଇଥିଲା। ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି।  ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ।