ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୮/୧୧: ରାଜଧାନୀ ସ୍ଥିତ ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ  । ଏଥିସହ କେଉଁ କାରଣ ପାଇଁ ପଦ୍ମକେଶରୀପୁର ଅଶାନ୍ତ ହେଲା ତାର କାରଣ ଖୋଜିବା ସହ ଶାନ୍ତି କମିଟି ଗଠନ କରିବାକୁ ଅପିଲ କରିଛନ୍ତି । ଏହି ମାମଲାରେ ୧୫୦ ଲୋକଙ୍କୁ ଗିରଫ କରାଯାଇଛି ।  ଯେଉଁ କିଛି ଲୋକ ରହିଛନ୍ତି, ସେମାନେ ଏବେ ଭୟରେ ରହିଛନ୍ତି । ନିକଟରେ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ପରସ୍ପରକୁ ପଥର ମାଡ କରିଥିଲେ । ଏହାପରେ ସ୍ଥିତି ଅଣାୟତ ହୋଇଥିଲା । ଗାଁରେ ଶାନ୍ତି ଫେରାଇ ଆଣିବାକୁ ସେତେବେଳେ ୨୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।