ବିଶ୍ୱକପ ଫାଇନାଲ ମ୍ୟାଚ୍, ବିମାନ ଯାତ୍ରାର ଟିକେଟ୍ ଦାମ ବୃଦ୍ଧି

ନୂଆଦିଲ୍ଲୀ,୧୭/୧୧:ଆସନ୍ତା ରବିବାର ଅଛି ବିଶ୍ୱକପ ଫାଇନାଲ ମ୍ୟାଚ୍ । ଏଥିପାଇଁ ବିମାନ ଯାତ୍ରାର ଟିକେଟ୍ ଦାମ ବୃଦ୍ଧି ପାଇଛି । ଯେଉଁ ୱାନ ୱେ ଟିକେଟ୍ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି । ରବିବାର ଅହମଦାବାଦରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ । ଟିମ୍ ଇଣ୍ଡିଆ ଏଯାବତ ବିଶ୍ୱକପରେ ଅପରାଜେୟ ରହିଛି । ତେଣୁ ଦୁଇ ଦଳ ଫାଇନାଲ ଦିନ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ତେଣୁ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି । ତେଣୁ ବିମାନ ଟିକେଟର ଚାହିଦା ମଧ୍ୟ ବଢୁଛି । ଗୁରୁବାର ସଂଧ୍ୟାରେ ଯେଉଁ ଟିକେଟର ଦାମ ବେଙ୍ଗାଲୁରୁରୁ ଅହମଦାବାଦ ୫ ହଜାର ୭୦୦ ଟଙ୍କା ଥିଲା । ତାହା ଏବେ ୩୩ ହଜାର ଟଙ୍କା ହୋଇଛି । ଶନିବାର ସକାଳୁ ସଂଧ୍ୟା ଯାଏଁ ବିମାନର ଟିକେଟ୍ ଭଡା ଏହିପରି ରହିଛି । ସର୍ବାଧିକ ଭଡା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ଭଡା ୨୮ ହଜାର ୭୭୮ ଟଙ୍କା ରହିଛି ।