ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ମିଧିଲି

ଭୁବନେଶ୍ୱର,୧୭/୧୧: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଏହା ଉତ୍ତର-ଉତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି । ଏବେ ବାତ୍ୟା ପାରାଦୀପଠାରୁ ୧୯୦ କିଲୋମିଟର ଓ ଦୀଘାଠାରୁ ୨୦୦ ଓ ବାଂଲାଦେଶର ଖେପୁପରାଠାରୁ ୨୨୦ କିଲୋମିଟର ଦୂରରେ ରହିଛି । ବାତ୍ୟା ‘ମିଧିଲି’ ଉତର-ଉତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳକୁ ଛୁଇଁବ । ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ଭୋର ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ । ଉପକୂଳ ଅତିକ୍ରମ କରିବା ବେଳକୁ ପବନର ବେଗ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ରହିପାରେ । ଅତିବେଶୀରେ ୮୦ କିଲୋମିଟର ବେଗରେ ପବନ ବହିପାରେ ।