ରାଜସ୍ଥାନରେ ବିଜେପି ଜାରି କଲା ଘୋଷଣାପତ୍ର

ନୂଆଦିଲ୍ଲୀ,୧୬/୧୧: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଘୋଷଣାପତ୍ର ଜାରି କରିଛି । ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଯେ, ରାଜ୍ୟର ୧ କୋଟି ଭୋଟରଙ୍କ ମତ ନେବା ପରେ ଦଳ ଏହି ଘୋଷଣାପତ୍ର ପ୍ରସ୍ତୁତ କରିଛି ।

ଏଥିରେ ରହିଛି ରାଜ୍ୟର ପ୍ରତି ଜିଲ୍ଲାରେ ମହିଳା ଥାନା ନିର୍ମାଣ,
ପ୍ରତି ଜିଲ୍ଲାରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ, ପିଲା ଜନ୍ମହେବା ପରେ ତୁରନ୍ତ ସେଭିଙ୍ଗ ବଣ୍ଡ, ମୁଖ୍ୟମନ୍ତ୍ରୀ ମାଗଣା ସ୍କୁଟି ଯୋଜନା, ଗରିବ ମହିଳାଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ଦୁର୍ନୀତିକୁ ନେଇ ସ୍ୱତନ୍ତ୍ର ଯାଂଚ ଟିମ୍ ଗଠନ, ୫ଲକ୍ଷ ବେକାର ଯୁବବର୍ଗଙ୍କୁ ଭୋକେସନାଲ ଟ୍ରେନିଂ, ୫ ବର୍ଷରେ ୨.୫ ଲକ୍ଷ ସରକାରୀ ନିଯୁକ୍ତି ।