ଭାରସାମ୍ୟ ହରାଇ ଖାଇକୁ ଖସିପଡିଲା ବସ୍, ୩୦ ମୃତ

ନୂଆଦିଲ୍ଲୀ,୧୫/୧୧: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି। ଯାହା ଫଳରେ ୩୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜମ୍ମୁ-କିଶ୍ତଓ୍ଵାର ଜାତୀୟ ରାଜପଥରେ ଆଜି ଏକ ବସ୍ ଗଭୀର ଘାଟିକୁ ଖସି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ବସ୍ ରେ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି। ବର୍ତ୍ତମାନ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।