ଭାରତ ସୀମାରେ ଥିବା ବିଦ୍ରୋହୀଙ୍କ ଆଡ୍ଡା ଉପରେ ମିଆଁମାରର ଏୟାର ଷ୍ଟ୍ରାଇକ୍

ନୂଆଦିଲ୍ଲୀ,୧୪/୧୧: ମିଆଁମାରର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ବିଦ୍ରୋହୀ ଗୋଷ୍ଠୀମାନେ ସେଠାରେ ଥିବା ସେନାକୁ କ୍ରମାଗତ ଭାବରେ ଚ୍ୟାଲେଞ୍ଜ କରି ଚାଲିଛନ୍ତି । ମିଆଁମାରରେ ସାମରିକ ଶାସନ ଚାଲିଛି । ଭାରତ ସୀମାରେ ଥିବା ବିଦ୍ରୋହୀଙ୍କ ଆଡ୍ଡା ଉପରେ ମିଆଁମାର ଏୟାର ଷ୍ଟ୍ରାଇକ୍ କରିଛି । ଏହା ପରେ ମିଜୋରାମରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ କେତେ ବିଦ୍ରୋହୀଙ୍କ ମୃତ୍ୟୁ ହୋଇଛି ତାର ସୂଚନା ମିଳିପାରି ନାହିଁ ।ଏହି ବିଦ୍ରୋହୀମାନେ ଭାରତ-ମିଆଁମାର ସୀମାରେ ନିଜର ଶିବିର ସ୍ଥାପନ କରିଛନ୍ତି । ଯାହାକୁ ମିଆଁମାର ବାୟୁସେନା ଦ୍ୱାରା ଆକ୍ରମଣ କରାଯାଇଥିଲା ।