ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୬ମୃତ

ନୂଆଦିଲ୍ଲୀ,୧୩/୧୧: ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ୬ଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ମାତ୍ରାରେ ରହିଥିଲା ଯେ ଆପାର୍ଟମେଣ୍ଟ ଭିତରୁ ଲୋକମାନେ ବାହାରିବା କଷ୍ଟକର ହୋଇପଡ଼ିଥିଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ରହିଥିବା ଜଣାପଡ଼ିଛି । ଆପାର୍ଟମେଣ୍ଟରେ ଥିବା କାର ଜଳିଯାଇଥିବା ଦେଖିବାକୁ ମିଳିଛି ।