ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କଲା ଇଣ୍ଡିଆ

ଭୁବନେଶ୍ୱର,୧୨/୧୧: ଆଜି ଟିମ୍‌ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କରିଛି। ଚଳିତ ବିଶ୍ବକପ୍‌ରେ ଖେଳିଥିବା ସମସ୍ତ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହିତ ଭାରତୀୟ ଟିମ୍‌ ନେଦରଲାଣ୍ଡକୁ ୪୭.୫ ଓଭରରେ ଅଲ୍‌ଆଉଟ୍‌ କରିଛି। ୪୧୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନେଦରଲାଣ୍ଡ ଟିମ୍‌ ୨୫୦ ରନ୍‌ରେ ଅଟକି ଥିଲା। ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିମାନେ ଆଜି ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲେ। ବ୍ୟାଟିଂ ପାଳିରେ ପ୍ରଥମେ ଦୁଇ ଜଣ ଖେଳାଳି ଶତକ ଓ ତିନି ଜଣ ଅର୍ଦ୍ଧଶତକ ବଳରେ ବୃହତ୍‌ ସ୍କୋର କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍‌ ହରାଇ ୪୧୦ ରନ୍‌ କରିପାରିଥିଲା।