ଆଜି ଦୀପାବଳୀ, ପିତୃପୁରୁଷଙ୍କ ସ୍ମରଣ କରି ଡକା ହେବ ବଡ଼ବଡୁଆ

ଭୁବନେଶ୍ୱର,୧୨/୧୧: ଆଜି ଆଲୋକର ପର୍ବ ପବିତ୍ର ଦୀପାବଳୀ । ଏହି ଅବସରରେ ଚଳଚଂଚଳ ହୋଇଉଠିଛି ଗାଁ ଠୁ ସହର । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ଘରଠୁ ଅଫିସ୍ । ରାଜଧାନୀ ସମସ୍ତ ସରକାରୀ ଅଫିସ୍, ବିଶ୍ୱବିଦ୍ୟାଳୟ ରଙ୍ଗିଲ ଆଲୋକରେ ସଜେଇ ହୋଇଛି । ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ଏଥର ଟୁଇନ ସିଟିରେ ରାତି ୧୦ ଟା ପରେ ଫୁଟାଇ ପାରିବେନି ବାଣ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁଜ ବାଣ ଫୁଟାଇବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଦୂଷିତ ବାଣ ଫୁଟା ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶ୍ରଦ୍ଧାଳଙ୍କୁ ପ୍ରବଳ ଭିଡ ଯୋଗୁ କିପରି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।