ଆସନ୍ତା ୧୪ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା !

ଭୁବନେଶ୍ୱର,୧୧/୧୧: ଆସନ୍ତା ୧୪ରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଶଙ୍କା ସୃଷ୍ଟି ହୋଇଛି ।ଏହା ଘନୀଭୂତ ହୋଇ ଧୀରେ ଧୀରେ ପଶ୍ଚିମ- ଉତ୍ତର – ପଶ୍ଚିମକୁ ଗତି କରିବ। ଯାହା ୧୬ ତାରିଖ ଆଡକୁ ଆହୁରୀ ଘନୀଭୂତ ହେବାର ଆଶଙ୍କା ରହିଛି । କ୍ରମେ ଲଘୁଚାପ ଅବପାତରେ ପରିଣତ ହେବାକୁ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।