ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ଼

ଭୁବନେଶ୍ୱର,୮/୧୧: ବଲାଙ୍ଗୀର ଆୟୁର୍ବେଦିକ କଲେଜର ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୮ଜଣ ଡିଏସପି, ୬ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ଏହି ରେଡ୍ କରୁଛନ୍ତି । ତା ସହିତ ପୁରୀର ୪ଟି ସ୍ଥାନ, ବଲାଙ୍ଗୀରର ଗୋଟିଏ ସ୍ଥାନ ଓ ସମ୍ବଲପୁରର ଗୋଟିଏ ସ୍ଥାନରେ ଚାଲିଛି ରେଡ ।