ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା କଣ ଫାଇଦା ମିଳିଥାଏ ଜାଣନ୍ତୁ

ସକାଳୁ ଦାନ୍ତ ଘଷିବା ପରେ କିଏ କେତେ କଣ ଖାଇଥାଏ। କିନ୍ତୁ ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ମିଳିଥାଏ। ସେଓରେ ବିଭିନ୍ନ ପୋଷକ ତତ୍ତ୍ୱ ଭରି ରହିଛି। ତେଣୁ ସେଓ ଖାଇବା ଦ୍ୱାରା ଶରୀରକୁ ସୁସ୍ଥ ରହିବା ସହ ପାଚନ କ୍ରିୟା ମଧ୍ୟ ଠିକ୍ ରହିଥାଏ। ସେଓ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ଆସନ୍ତୁ ଜାଣିବା ସେଓ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ।

ସେଓରେ ଥିବା ଫାଇବର ମେଦବହୁଳ କମ୍ କରିବାରେ ସହାୟକ ହୋଇଥାଏ।

କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ଜନିତ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ସେଓ ଖାଇବା ଦ୍ୱାରା ସେଥିରୁ ମୁକ୍ତି ମିଳିଥାଏ।

ସେଓ ଖାଇଲେ ଦାନ୍ତୁ ସୁସ୍ଥ ରହେ। ସେଓ ଖାଇଲେ ବ୍ୟାକ୍ଟେରିଆ ଦାନ୍ତର ପାଖ ମାଡେ ନାହିଁ। ମାଢି ସୁସ୍ଥ ରହିବା ଦ୍ୱାରା ପାଇରିୟା ନାମକ ରୋଗ ହୁଏ ନାହିଁ।

ସେଓରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ରହିଛି। ତେଣୁ ପ୍ରତିଦିନ ସେଓ ଖାଲେ କିମ୍ୱା ଏହାର ଜୁସ୍‌ ପିଇଲେ ହାଡ଼ ମଜଭୁତ ହୋଇଥାଏ।

 ସେଓ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍‌ ମାତ୍ରା କମ ହୋଇଥାଏ। ତେଣୁ ହୃଦ୍‌ରୋଗର ଶିକାର ଆଶଙ୍କା କମ ଥାଏ।

ସେଓ ଖାଇବା ଦ୍ୱାରା ତ୍ୱଚା ଉଜ୍ଜଳ ଦେଖାଯାଏ। ପାଚନ କ୍ରିୟାକୁ ସୁସ୍ଥ ରଖେ।