ଇସ୍ରାଏଲ-ହମାସ ଯୁଦ୍ଧ: ହମାସର ୪ ହଜାର ହମାସ ଆଡ୍ଡା ଉପରେ ଆକ୍ରମଣ

ନୂଆଦିଲ୍ଲୀ,୦୭/୧୧: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଜି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ ଆଡ୍ଡା ଉପରେ ଆକ୍ରମଣ କରିବା ସହ ନିଜ କବଜାକୁ ନେଇଛି ଇସ୍ରାଏଲ । ହମାସ ଆତଙ୍କୀ ମାନେ ମଧ୍ୟ ଇସ୍ରାଏଲ ସେନା ଉପରେ ଆକ୍ରମଣ ଜାରି ରଖିଛନ୍ତି । ସେପଟେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧକୁ ରୋକିବାକୁ ଭାରତ ସରକାର ଉଦ୍ୟମ କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି ଇରାନ ରାଷ୍ଟ୍ରପତି ।