ରେଳରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ନୁଆ ନିୟମ, ଜାଣନ୍ତୁ କଣ?

ନୂଆଦିଲ୍ଲୀ,୦୭/୧୧: ଭାରତୀୟ ରେଳ ବିଭାଗ ରେଳରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ନୁଆ ନିୟମ ଆଣିଛନ୍ତି ।  ଏହି କ୍ରମରେ ରେଳବାଇ ଏମିତି ଏକ ନିୟମ ଆଣିଛି ଯାହା ଯାତ୍ରୀଙ୍କୁ ଅନେକ ସହାୟତା ପ୍ରଦାନ କରିବ ।  ପ୍ରତ୍ୟକ ବ୍ୟକ୍ତି ଜାଣିଛନ୍ତି କି ଟ୍ରେନରେ ଯିବା ଆସିବା କରିବା ପାଇଁ ଟ୍ରାଭେଲ ଟିକେଟ ଦରକାର ହୋଇଥାଏ କିନ୍ତୁ ଏବେ ଆପଣମାନେ ବିନା ଟିକେଟ ରେ ଟ୍ରେନରେ ଯାତ୍ରା କରିପାରିବେ ଏବଂ ସେଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟର ଆବଶ୍ୟକତା ପଡିପାରେ । ରେଳ ନିୟମ ଅନୁସାରେ ଯଦି ଆପଣ ଟ୍ରେନରେ ଆଗୁଆ ରିଜର୍ଭେସନ୍ କରିନାହାନ୍ତି କିନ୍ତୁ ଆପଣଙ୍କୁ ଟ୍ରେନରେ ଯିବାକୁ ଅଛି ତାହାଲେ ପ୍ଲାଟଫର୍ମ ଟିକେଟ ନେଇକି ବି ଆପଣମାନେ ଟ୍ରେନରେ ଚଢିପାରିବେ । ପରେ ଟିଟି ଠାରୁ ନୂଆ ଟିକେଟ ନେଇପାରିବେ । ରେଳ ନିୟମ ଅନୁସାରେ ଯଦି ଆପଣ ଟ୍ରେନରେ ଆଗୁଆ ରିଜର୍ଭେସନ୍ କରିନାହାନ୍ତି କିନ୍ତୁ ଆପଣଙ୍କୁ ଟ୍ରେନରେ ଯିବାକୁ ଅଛି ତାହାଲେ ପ୍ଲାଟଫର୍ମ ଟିକେଟ ନେଇକି ବି ଆପଣମାନେ ଟ୍ରେନରେ ଚଢିପାରିବେ । ପରେ ଟିଟି ଠାରୁ ନୂଆ ଟିକେଟ ନେଇପାରିବେ । ଏହି ସବୁ ନିୟମ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି ।

ପ୍ରଥମେ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ଟିଟିକୁ ଦେବା ପାଇଁ ପଡିବ ଟିକଟେ ଦେବା ପରେ ସେ ଆପଣଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ଟିଟି ଆପଣଙ୍କୁ ନୂଆ ଟିକେଟ ଦେବ । କିନ୍ତୁ ଟିଟିଠାରୁ ଟିକେଟ ବନାଇବା ସମୟରେ ଆପଣଙ୍କୁ ସେହି ଷ୍ଟେସନରୁ ଭଡା ଦେବା ପାଇଁ ପଡିବ ଯେଉଁଠାରୁ ଆପଣ ପ୍ଲାଟଫର୍ମ ଟିକେଟ ନେଇଛନ୍ତି । ଏହା ସହିତ ଆପଣ ଯେଉଁ ଶ୍ରେଣୀରେ ଯାଉଛନ୍ତି ସେହି ଶ୍ରେଣୀର ଭଡା ଦେବା ପାଇଁ ପଡିବ ।