ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ପରାଜୟ କଲା ଭାରତ

ନୂଆଦିଲ୍ଲୀ,୫/୧୧: ସମସ୍ତଙ୍କୁ ଏବେ ବିଶ୍ୱକପ ଫିଭର। ଏହାରିମଧ୍ୟରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ପରାଜୟ କରିଛି । ଭାରତ ଏହି ମ୍ୟାଚକୁ ୨୪୩ ରନରେ ବାଜି ମାରି ନେଇଛି । ଭାରତ ପକ୍ଷରୁ ଜାଡେଜାଙ୍କ ଯାଦୁଗରୀ ବୋଲିଂ ଦେଖିବାକୁ ମିଳିଛି । ଜାଡେଜା ଆଜିର ମ୍ୟାଚରେ ୫ ୱିକେଟ ହାସଲ କରିଛନ୍ତି । ବିଶ୍ୱକପରେ ଏବେ ଯାଏଁ ଭାରତ ଗୋଟିଏ ବି ମ୍ୟାଚରେ ପରାଜିତ ହୋଇ ନାହିଁ । ସୂଚନାଯୋଗ୍ୟ ଯେ ଆଜି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୦୧, ଶ୍ରେୟସ ଆୟର ୭୭, ରୋହିତ ଶର୍ମା ୪୦, ରବିନ୍ଦ୍ର ଜାଡେଜା ୨୯ ରନ କରିଥିଲେ ।