ଆସନ୍ତା ୨୦ରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱରେ,୫/୧୧: ଆସନ୍ତା ୨୦ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ସୂଚନା ଦେଇଛନ୍ତି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ । ୨୦ ତାରିଖ ଦିନ ବାଦାମପାହାଡ ରେଲୱେ ରୁଟ୍ରେ ପ୍ରସ୍ତାବିତ ୩ ନୂତନ ଟ୍ରେନ୍ ଲୋକାର୍ପିତ କରିବେ ରାଷ୍ଟ୍ରପତି । ସେହି ଦିନ ଅନ୍ୟ ଏକ ଟ୍ରେନ୍ ଟାଟାରୁ ରାଉରକେଲାକୁ ଗଡ଼ିବ । ଏଥିପାଇଁ ବାଦାମପାହାଡ ରେଳଷ୍ଟେସନ୍ରେ ସ୍ୱତନ୍ତ୍ର ଆୟୋଜନ କରାଯିବ । ସେଠାରେ ରାଷ୍ଟ୍ରପତି ୩ଟି ଟ୍ରେନ୍ର ଶୁଭାରମ୍ଭ କରିବେ । ଏହା ଦ୍ୱାରା ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଧାୟକ ନବଚରଣ ମାଝୀ ।