ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ, ନୂଆପଡ଼ାରେ ଖେଳାଉଥିଲା ଆତଙ୍କ

ଭୁବନେଶ୍ୱର,୫/୧୧: ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ଗତ ୫ ଦିନ ଧରି ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କରିଛି ବନ ବିଭାଗ । ନୂଆପଡ଼ାରେ ସୁନାବେଡା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଥିଲା । ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲା । ମହିଳାଙ୍କୁ ଆକ୍ରମଣର ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ୮ବର୍ଷର ଶିଶୁକୁ ଆକ୍ରମଣ କରିଥିଲା ବାଘ । ଶିଶୁର ଅବସ୍ଥା ଗୁରୁତର ରହିଛି । ସୁନାବେଡା ଅଭୟାରଣ୍ୟ ନିକଟରେ ଏହି ଗାଁ ରହିଛି । ଏହି ଅଞ୍ଚଳ ବଫର ଜୋନରେ ଆସୁଥିବାରୁ ବନ୍ୟଜନ୍ତୁମାନେ ଖାଦ୍ୟ ପାଇଁ ଚାଲି ଆସୁଥିବା ଖଡିଆଳ ବନଖଣ୍ଡ ଅଧିକାରୀ କହିଛନ୍ତି । ସିଲେରି ବାହାରା ଗାଁର ଜଣେ ମହିଳାଙ୍କୁ ବାଘ ମାରିଦେଇଥିବା ଅଭିଯୋଗ କରିଥିଲେ ଗାଁଲୋକ । ବାଘ ମହିଳାଙ୍କୁ ନେଇଥିବା ବେଳେ ଗତକାଲି ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଥିଲା । କିଛି ଦିନ ତଳେ କୁନି ଶିଶୁ ବାହାରେ ଖେଳୁଥିବା ବେଳେ ବାଘ ଟାଣି ନେଇଥିଲା ।