ଇସ୍ରାଏଲ–ହମାସ ଯୁଦ୍ଧ, ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍

ନୂଆଦିଲ୍ଲୀ,୪/୧୧:  ଇସ୍ରାଏଲ – ହମାସ ଯୁଦ୍ଧ ୨୯ ଦିନରେ ପହଁଚିଲାଣି। ଦିନ ଯେତିକି ବଢୁଛି ଗାଜାରେ ସ୍ଥିତି ସେତିକି ଅଣାୟତ ହେବାରେ ଲାଗିଛି । ହମାସକୁ ନିପାତ କରିବା ପାଇଁ ଇସ୍ରାଏଲ ଜିଦ୍ ଧରିଥିବାବେଳେ ଏହି ଲଢେଇରେ ବଳି ପଡୁଛନ୍ତି ନୀରିହ ପାଲେଷ୍ଟାଇନ୍ ନାଗରିକ । ଏହାରି ଭିତରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଉତରରୁ ଦକ୍ଷିଣ ଗାଜାକୁ ଧାଡି କରି କିଛି ଆମ୍ବୁଲାନ୍ସ ଯାଉଥିବାବେଳେ ଆକାଶମାର୍ଗରୁ ବୋମା ବର୍ଷା ହୋଇଛି । ଏଥିରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।