କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି ଆହୁରି ୫ବର୍ଷ ବୃଦ୍ଧି

ନୂଆଦିଲ୍ଲୀ,୪/୧୧: କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି ବୃଦ୍ଧି ହେବ। ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଛତିଶଗଡ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ ମହାମାରୀ ସମୟରେ ବିଜେପି ସରକାର ଆରମ୍ଭ କରିଥିଲେ ।