ଆସନ୍ତା ୬ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ

ଭୁବନେଶ୍ୱର,୪/୧୧: ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ସପ୍ତାହକୁ ୨ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ୱାନ୍ ଏୟାର । ପ୍ରାରମ୍ଭୀକ ଅଫରରେ ମାତ୍ର ୨ ହଜାର ୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ । ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତରେ ଚାଲିବ ଏହି ବିମାନ । ବିମାନ ସେବା ଯୋଗାଇବ ‘ଇଣ୍ଡିଆ ୱାନ୍‌ ଏୟାର’ ସଂସ୍ଥା। ଏହି ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଭାବରେ ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ଅକ୍ଟୋବର ୩୧ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।