୬.୪ ତୀବ୍ରତାରେ ଥରି ଉଠିଲା ନେପାଳ

ନୂଆଦିଲ୍ଲୀ,୪/୧୧: ୬.୪ ତୀବ୍ରତାରେ ଥରି ଉଠିଲା ନେପାଳ । ପ୍ରାଥମିକ ସୂଚନା ଆଧାରରେ ଏବେ ସୁଦ୍ଧା ୭୦ରୁ ଅଧିକ ନେପାଳରେ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଆହୁରି ବଢିବ ବୋଲି ସୂଚନା ରହିଛି । ଅନେକ ଘର ମଧ୍ୟ ଦବି ଯାଇଛି । ଅନେକ ଲୋକ ଏହି ସବୁ ଘର ତଳେ ଚାପି ହୋଇ ରହିଥିବା ସୂଚନା ରହିଛି ।ନେପାଳରେ ହୋଇଥିବା ଭୂକମ୍ପର ପ୍ରଭାବ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଗାଜିଆବାଦ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ବିହାର ରାଜଧାନୀ ପାଟନାରେ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ନେପାଳର କାଠମାଣ୍ଡୁ ଠାରୁ ୩୩୧ କିଲୋମିଟର ଉତର-ପଶ୍ଚିମରେ ୧୦ କିଲୋମିଟର ଭୂତଳରେ ଥିଲା । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ।