ଆରବିଆଇ ଆଗରେ ଲୋକଙ୍କ ଗହଳି, ନୋଟ ବଦଳେଇଲେ ମିଳୁଛି ମଜୁରୀ

ଭୁବନେଶ୍ବର,୨/୧୧: ଆଜି ବି ଆରବିଆଇ ଆଗରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ନୋଟ ବଦଳାଇଲେ ତାଙ୍କୁ ମଜୁରୀ ମଧ୍ୟ ମିଳୁଛି। ୪ ଦିନ ହେବ ଏମାନେ ଆସି ଆରବିଆଇ ଆଗରେ ନୋଟ୍ ବଦଳାଇବା ପାଇଁ ଛିଡା ହେଉଛନ୍ତି । ଗତକାଲି ଇଡି ଓ ଇଓଡବ୍ଲୁ ଟିମ୍ ଯାଇ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ଆଧାର କାର୍ଡ ଯାଂଚ କରି ଫଟୋ ଉଠାଇଥିଲେ ।ତେବେ ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁ ଆସିଲା ତାକୁ ନେଇ ବଢିଛି ସନ୍ଦେହ । ଟଙ୍କା ବଦଳ କରିବାକୁ ଏମାନଙ୍କୁ ପଠାଉଛି କିଏ । ସନ୍ଦେହ ହେଉଛି ପୋଲିସ ନଜରରୁ ବଞ୍ଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ ।