କଳାକାର ଡ.ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ, ୮ମାସର ଥିଲେ ଗର୍ଭବତୀ

ନୂଆଦିଲ୍ଲୀ,୧/୧୧: ମାଲାୟଲମ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି । ଟେଲିଭିଜନର ପ୍ରସିଦ୍ଧ କଳାକାର ଡ.ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନେତ୍ରୀ ପ୍ରିୟା ୮ମାସର ଗର୍ଭବତୀ ଥିଲେ । ତାଙ୍କ ମୃତ୍ୟୁ ନେଇ ଅଭିନେତା କିଶୋର ସତ୍ୟା ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।