ଫେବ୍ରୁଆରି ୧୮ରୁ ବସିବ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର, ୧/୨: ଫେବ୍ରୁଆରି ୧୮ରୁ ବସିବ ବିଧାନସଭାର ବଜେଟ ଅଧିବେଶନ । ୨୨ରେ ଉପସ୍ଥାପିତ ହେବ ୨୦୨୧-୨୨ର ରାଜ୍ୟ ବଜେଟ । ୨ଟି ପର୍ଯ୍ୟାୟରେ ଚାଲିବ ବିଧାନସଭାର ବଜେଟ ଅଧିବେଶନ ।

ଫେବ୍ରୁଆରି ୧୮ରୁ ୨୭ ଯାଏ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଥିବା ବେଳେ ମାର୍ଚ ୧୨ରୁ ଏପ୍ରିଲ ୯ ଯାଏ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ହେବ। ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ।