ଆରମ୍ଭ ହେଲା ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ, ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା

ଭୁବନେଶ୍ୱର,୧/୧୧: ଆଜିଠୁ ଆରମ୍ଭ ହେଉଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ । କେନ୍ଦ୍ରାପଡ଼ା ଗହୀରମଥା ଉପକୂଳକୁ ଅଲିଡ୍ ରିଡଲେ କଇଁଛଙ୍କ ଆଗମନ ହେବ। ଏଥିପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା ଲାଗିଛି । ଆଜିଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏଥି ସହ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଛି । ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏଁ କର୍ମଚାରୀ ଓ ଅନ୍ୟ ୧୪ଟି ଟ୍ରଟଲ ପ୍ରୋଟେକ୍ସନ କ୍ୟାମ୍ନରେ ୩ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହେବେ । ସମୁଦ୍ର ଭିତରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି। ପାରାଦୀପରେ ଆଜି ଠୁ ମେ’ ୩୧ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କରିଛନ୍ତି ସରକାର । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଯିବାକୁ ବାରଣ କରାଯାଇଛି ।