ଗୁଜରାଟବାସୀଙ୍କୁ ୬ହଜାର କୋଟି ଟଙ୍କା ପ୍ରକଳ୍ପର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦/୧୦: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କା ପ୍ରକଳ୍ପର ଉପହାର ଦେଇଛନ୍ତି । ଏହାସହ ବନାସକାଂଟରେ ମୋଦୀ ବିରାଟ ରୋଡ ଶୋ କରିଛନ୍ତି । ରୋଡ ଶୋ ପରେ ଗୁଜରାଟର ଅମ୍ବାଜି ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିଥିଲେ  । ମଙ୍ଗଳବାର ସକାଳ ୮ଟାରେ ସେ କେଭଡିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ପୁଷ୍ପମାଲ୍ୟ ଅପର୍ଣ କରିବା କାର୍ଯ୍ୟକ୍ରମ ରହିଛି। ଏହାସହ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିବେ ।