ଶ୍ରୀଜିଉଙ୍କ ଦର୍ଶନ କଲେ ରଘୁବର ଦାସ, ଆସନ୍ତାକାଲି ରାଜ୍ୟପାଳ ଭାବେ ନେବେ ଶପଥ

ଭୁବନେଶ୍ୱର,୩୦/୧୦: ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ ରଘୁବର ଦାସ । ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ରଘୁବର ଦାସ । ଆସନ୍ତାକାଲି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଶପଥଗ୍ରହଣ ପୂର୍ବରୁ ସେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେବା ପରେ ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରୁ ସେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରୀଯାପନ କରିିବେ । ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଅଛନ୍ତି ।