ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ ସବୁ ଗାଁ, ଖର୍ଚ୍ଚ ହେବ ୨ ହଜାର କୋଟି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୯/୧୦:  ଯେକୌଣସି ବିପର୍ଯ୍ୟୟ ଆସିଛି, ଏହାକୁ ମୁକାବିଲାକୁ ସଫଳତାର ସହିତ ସଂପାଦନ କରିଛି ଓଡିଶା। ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ମଜବୁତ୍‌ କରିବାକୁ ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛି। ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ଏହାର ଭିତ୍ତିଭୂମି ପାଇଁ ୨ ହଜାର କୋଟି ଖର୍ଚ୍ଚ ହେବ। ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ। ଓଡ଼ିଶା ବିପର୍ଯ୍ୟୟ ପ୍ରସମନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏହା କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା। ୱାର୍ଡମେମ୍ବରଠୁ ନେଇ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରଶିକ୍ଷଣ ନେବେ। ସବୁ ଗାଁରେ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ। ସବୁ ପଂଚାୟତ ଗୁଡିକରେ ଲାଗିବ ଅଟୋମେଟେଡ ୱେଦର ଓ ରେନ୍ ଗଜ ଷ୍ଟେସନ।