ଆସନ୍ତା ୩୧ରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ ହେବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୧୦୬ ତମ ଏପସୋଡ ମାଧ୍ୟମରେ ଲୋକମାନଙ୍କୁ ବାର୍ତ୍ତା ଦେଇଛନ୍ତି। ସେ ଲୋକମାନଙ୍କୁ ଲୋକାଲ ଜିନିଷ କଣିବାକୁ ଅନୁରୋଧ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି କି ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଏକ ରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଂଚ ହେବାକୁ ଯାଉଛି । ଏହି ସଂଗଠନର ନାମ ରହିଛି ମେରା ଯୁବା ଭାରତ । ଏହି ସଂଗଠନ ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ।କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି କି ନଭେମ୍ବର ୧୫ ତାରିଖରେ ସାରା ଦେଶରେ ଜନଜାତୀୟ ଗୌରବ ଦିବସର ଆୟୋଜନ କରାଯିବ ।