ନୂଆବର୍ଷରେ ଶିଳାନ୍ୟାସ ହେବ ମେଟ୍ରୋ ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୯/୧୦: ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସ୍ତାବିତ ମେଟ୍ରୋ ଟର୍ମିନାଲ ଏବଂ ତ୍ରିଶୁଳିଆ ଡିପୋର ସମୀକ୍ଷା ପରେ ଏହା କହିଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ରହିିଛି । ଏହାଦ୍ୱାରା କଟକ ଓ ଭୁବନେଶ୍ୱର ମଧ୍ୟରେ ତ୍ରିଶୁଳିଆ ପରିବହନର ହବ ହେବ ବୋଲି ସେ କହିଛନ୍ତି । ଏଥିସହିତ କଟକରେ ଥିବା ନବ ନର୍ମିତ ନେତାଜୀ ବସ୍ ଟର୍ମିନାଲର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍ ।