ଥମୁନି ଇସ୍ରାଏଲ-ହମାସ ଯୁଦ୍ଧ, ଗାଜାକୁ ସହାୟତା ଦେବକୁ ଏଲନ ମସ୍କଙ୍କ ଘୋଷଣା

ନୂଆଦିଲ୍ଲୀ, ୨୯/୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ସେନା ତରଫରୁ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଛି । ଏହି କ୍ରମରେ ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦିଆଯାଇଛି । ଆଉ ଗାଜାକୁ ଯେଉଁମାନେ ସହାୟତା ଯୋଗାଉଛନ୍ତି ସେମାନଙ୍କୁ ଇସ୍ରାଏଲ ମଧ୍ୟ ଧମକ ଦେଉଛି ।
ସେପଟେ ଇଣ୍ଟରନେଟ୍ ବନ୍ଦ ହୋଇଯିବା କାରଣରୁ ଲୋକମାନେ ପରସ୍ପର ସହ ଯୋଗା ଯୋଗ କରିପାରୁ ନାହାଁନ୍ତି । ଏହାର ଭିତରେ ସ୍ପେଶେକ୍ସର ମାଲିକ ଏଲନ୍ ମସ୍କ ଘୋଷଣା କରିଛନ୍ତି କି, ଗାଜାର ଲୋକଙ୍କୁ ସେ ସହାୟତା କରିବେ ।  ଗାଜାରେ କାମ କରୁଥିବା ଅନ୍ତର୍ଜାତୀୟ ସଂସ୍ଥାଙ୍କୁ ଷ୍ଟାରଲିଙ୍କ୍ ତରଫରୁ କମ୍ୟୁନିକେଶନ କନେସନ ଉପଲବ୍ଧ କରାଇବେ । ସୂଚନାାାଯୋଗ୍ୟ ଯେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟ ଷ୍ଟାରଲିଙ୍କ ୟୁକ୍ରେନକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେଉଛନ୍ତି ।