ରୋଜଗାର ମେଳା, ୫୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮/୧୦: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଦଶମ ନିଯୁକ୍ତି ମେଳାରେ ଦେଶର ୫୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ଯୁବବର୍ଗଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି। ଏହି ରୋଜଗାର ମେଳାରେ ଏପର୍ଯ୍ୟନ୍ତ ସାଢେ ୬ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ମଳିଛି ସରକାରୀ ଚାକିରି । ଏହି ଅବସରରେ ମୋଦୀ କହିଛନ୍ତି, ଦିପାବଳୀକୁ ମାତ୍ର ଆଉ କିଛି ଦିନ ବାକି ରହିଛି, ହେଲେ ନିଯୁକ୍ତିପତ୍ର ପାଇଥିବା ସମସ୍ତଙ୍କ ଘରେ ଏବେଠୁ ଦୀପାବଳୀର ଖୁସି ଦେଖିବାକୁ ମିଳିବ । ଆପଣଙ୍କ କଠିନ୍ ପରିଶ୍ରମର ସଠିକ୍ ମୂଲ୍ୟ ମିଳିଛି । ବର୍ତମାନ ଚାକିରି ପାଇବା ପ୍ରକ୍ରିୟା ସହଜ ହୋଇଛି ।